କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଠାରୁ ବାମୁଣୀଗାଁ ମଧ୍ୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି l ଉକ୍ତ ରାସ୍ତାରେ ଦୈନନ୍ଦିନ ଶହ ଶହ ଜନସାଧାରଣ ଯାତାୟାତ କରନ୍ତି l
ରାସ୍ତା ମଧ୍ୟରେ ବଡ଼ ବଡ଼ ଖାଲ ଖଣା ହୋଇଥିବାରୁ ଲୋକମାନେ ଯାତାୟାତ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିପ୍ରତି ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୁଦା ମଲିକଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ ” ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ “