ଟିକାବାଲିରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

କନ୍ଧମାଳ (TKNEWSMEDIA ) 12/01/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଅଧ୍ୟକ୍ଷ ଦୀନବନ୍ଧ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l

ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ତପନ କୁମାର ବାରିକ, ମୁଖ୍ୟ ବକ୍ତା ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର ଡ଼. ସତୀଶ ନାୟକ ଯୋଗଦେଇ ସ୍ବେଛାସେବୀ ଭିତରେ ଶୃଙ୍ଖଳା, ସେବା ଓ ମଣିଷ ପଣିଆର ଅଭାବ ରହିଲେ ସମାଜକୁ ପରିବର୍ତ୍ତନ କରିପାରେନି ତେଣୁ ସ୍ବେଛାସେବୀ ର ଏ ସମସ୍ତ ଗୁଣ ରହିବା ଆବଶ୍ୟକ ବୋଲି ବକ୍ତବ୍ୟ ଦେଇଥିଲେ l

ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନରେନ୍ଦ୍ର ଦିଗାଲ

, ବନମାଳୀ ବେହେରା, ବିରୂପlକ୍ଷ ତ୍ରିପାଠୀ, ଯୁବ ରେଡ଼କ୍ରସ ସଂଯୋଜକ ରତନ ଦିଗାଲ, THE KANDHAMAL TIMES TK NEWS MEDIA ର ସମ୍ପାଦକ ତଥା ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ନାୟକ, ଶିକ୍ଷକ ଖୁକେନ ପଟ୍ଟନାୟକ ଯୋଗ ଦେଇଥିଲେ l ସ୍ବେଛାସେବୀମାନେ ପୋଷ୍ୟ ଗ୍ରାମ ଡୁଙ୍ଗି ଓ ତେନ୍ତୁଳିଗଡ ଯାଇ ସର୍ଭେ କରି କଣ ସମସ୍ୟା ରହିଛି ବୁଝିଥିଲେ l ଏହି ଶିବିରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର ଡ଼, ଜୟନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଂଯୋଜକ,କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼, ନଳିନୀ କୁମାର ପାଣିଗ୍ରାହୀ ପରିଦର୍ଶନ କରିଥିଲେ l ଉକ୍ତ ଶିବିରରେ ବକୃତା, ପ୍ରବନ୍ଧ, ନୃତ୍ୟ, ଗୀତ,ମେହେନ୍ଦି, କୁଇଜ ପ୍ରତଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପାତ୍ର ସହ ପୁରସ୍କୃତ କରାଯାଇଥିଲା l ଶ୍ରେଷ୍ଠ ସ୍ବେଛାସେବୀ ଭାବେ ପ୍ରତିଭା ମଞ୍ଜରୀ ପ୍ରଧାନ ଓ ଆର୍ଯ୍ୟଦେବ ପ୍ରଧାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି ଶିବିରକୁ ପ୍ରୋଗ୍ରାମ ଅଫିସର ଚମ୍ପା ସୋରେନ ଓ ପ୍ରୋଗ୍ରାମ ଅଫିସର ଜ୍ଞାନରଞ୍ଜନ ଭୋଇ ପରିଚାଳନା କରିଥିଲେ l ସ୍ୱାମୀ ବିବେକାନନ୍ଦଙ୍କ ଶହେ ପଚାଶ ତମ ଜୟନ୍ତୀ ଉପଲକ୍ଷେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ସମୂହ ବନ୍ଦେ ମାତରଂ ଗାନ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
