କନ୍ଧମାଳ ଜିଲ୍ଲାର ରାଇକିଆ ଠାରୁ ଦାରିଙ୍ଗବାଡି ରାସ୍ତା ମଧ୍ୟରେ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତର ଡ଼ିଟୁମାହା ଗଦାକୁଟି ବ୍ରିଜ ଗତ ତିତିଲିରେ ଭସେଇ ନେଇଥିଲା l ତିତିଲିର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ବ୍ରିଜର ନିର୍ମାଣ କାର୍ଯ୍ୟ ହୋଇନାହିଁ l
ଉକ୍ତ ରାସ୍ତାରେ ଦୈନନ୍ଦିନ ହଜାର ହଜାର ଲୋକ, ଗାଡି, ମୋଟରସାଇକେଲ ଅଟୋ, ବସରେ ଜନସାଧାରଣ ଯାତାୟାତ କରନ୍ତି l କିନ୍ତ ବର୍ଷ ଦିନରେ ଲୋକମାନେ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ତିତିଲିରେ କ୍ଷୟ କ୍ଷତି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହି ବ୍ରିଜର ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିବ କେବେ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି lଏଥିପ୍ରତି କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l