କ୍ଷେତାପାଜୁ ସେଠୀସାହିରେ ମଣ୍ଡପ ନିର୍ମାଣ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନିବେଦନ

କନ୍ଧମାଳ (TKNEWSMEDIA ) 17/02/2026 : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକର ବଲସକୁମ୍ପା ଗ୍ରାମ ପଞ୍ଚାୟତର ଖେତାପାଜୁ ସେଠୀ ସାହିର ମାଁ ବରାଳଦେବୀ ବାବା ସଂକୀର୍ତ୍ତନ ମଣ୍ଡଳୀ ର ଧର୍ମ ମଣ୍ଡପ ନିମନ୍ତେ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସାତ ଲକ୍ଷ ଟଙ୍କା ଆସିଛି କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଡପ ନିର୍ମାଣ ହୋଇପାରିନାହିଁ l

ଜଣେ ମହାନ ଆଦିବାସୀ ବ୍ୟକ୍ତିତ୍ବ ଅମ୍ବିକା କହଁର ବୟସ 55, ପିତା ସ୍ବର୍ଗତ ସିଧେଶ୍ୱର କହଁର, ଏବଂ ମାତା ସ୍ବର୍ଗତ ସୁରସା କହଁର ମଣ୍ଡପ ନିର୍ମାଣ ପାଇଁ ପ୍ରଦାନ କରିଥିବା ଜାଗାରେ ଟିଣ ଛପର ଓ ବାଉଁଶ ରେ ନିର୍ମିତ କାନ୍ଥ ରେ ଚାଲିଛି ଧର୍ମ ମଣ୍ଡପ ଏବଂ ନାମ ସଂକୀର୍ତନ l

ଉକ୍ତ ମଣ୍ଡପ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଜାଗା ପ୍ରଦାନ କରି ଯୁଦ୍ଧ କାଳୀନ ଭିତ୍ତିରେ ମଣ୍ଡପ ନିର୍ମାଣ କାର୍ଯ୍ୟ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେବାକୁ
THE KANDHAMAL TIMES TK NEWS MEDIA ର Editor-cum-Founder ସୂର୍ଯ୍ୟନାରାୟଣ ନାୟକ ଏବଂ ଗ୍ରାମବାସୀ ଙ୍କ ନିବେଦନ l


