ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଫୁଲବାଣୀ ( TKNEWSMEDIA) 11/03/2026 : ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ l

ଏହି କାର୍ଯ୍ଯକ୍ରମ ଆଠ ଦିନ ଧରି ଚାଲିବ l ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ. ତନୁଶ୍ରୀ ପ୍ରଧାନ ଗଳ୍ପ ମାଧ୍ୟମରେ ଛାତ୍ରୀମାନଙ୍କୁ ନିଜ ଉପସ୍ଥିତ ବୁଦ୍ଧି , ସାହସ ଏବଂ ନିଜ ଶାରିରୀକ କ୍ଷମତା ସମ୍ପର୍କିତ ଜ୍ଞାନ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ । ଓଡ଼ିଆ ଅଧ୍ୟାପକ ଶ୍ରୀ ସୁରେଶ ଚନ୍ଦ୍ର ବେହେରା ଛାତ୍ରୀମାନେ ସମୟାନୁବର୍ତ୍ତି ହୋଇ ଏହି ପ୍ରଶିକ୍ଷଣ ଶିଖିବା ସହ ନିୟମିତ ନିଜ ଦୈନଦିନ ଜୀବନରେ ଅଭ୍ୟାସ ଜାରି ରଖିବା ନିମିତ୍ତ ଉଦବୋଧନ ଦେଇଥିଲେ । ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ତଥା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରର କୋଡ଼ିନେଟର ଡ. ତପସ୍ୱିନୀ ଗୌଡ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଓଡ଼ିଆ ଅଧ୍ୟାପିକା ଡ. ଦେବସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥିଲେ ।