ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

କନ୍ଧମାଳ (TKNEWSMEDIA ) 11/04/2026 : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଯୁବ ରେଡକ୍ରସ ଓ ଏନ୍‌.ଏସ୍‌.ଏସ୍‌ ଆନୁକୂଲ୍ୟରେ ଅପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ ଉଦଘାଟନ କରିଥିଲେ। ଏହି ଅବସରରେ ଫୁଲବାଣୀ ରକ୍ତଭଣ୍ଡାରର ମେଡ଼ିକାଲ ଅଫିସର ଡା. ମାନବେଶ ବଡ଼ସେଟ୍ ଉପସ୍ଥିତ ଥିଲେ।

ମହାବିଦ୍ୟାଳୟର ଯୁଥ ରେଡକ୍ରସ କାଉନସିଲର ଶ୍ରୀମତୀ ଯଶୋଦା ଜେନା ଓ ଏନ୍‌.ଏସ୍‌.ଏସ୍‌ ପ୍ରୋଗ୍ରାମ ଅଫିସର ଡ. ତପସ୍ୱିନୀ ଗୌଡ଼ଙ୍କ ସଂଯୋଜନାରେ ଅନେକ ଛାତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଏହି ଶିବିରରେ ସମୁଦାୟ ୬୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ମହାବିଦ୍ୟାଳୟର ସହକାରୀ ପ୍ରଫେସର୍ କୁଶ ନାୟକ, ସହକାରୀ ପ୍ରଫେସର୍ ଡ. ତନୁଶ୍ରୀ ପ୍ରଧାନ, ଡ. ତପସ୍ୱିନୀ ଗୌଡ଼, ଅଧ୍ୟାପକ ପୀତବାସ ବିଷୋଇ, ଜିତେନ୍ଦ୍ର କୁମାର ମହାନ୍ତି, ମନ୍ମଥ କୁମାର ବାରିକ, ମନୋଜ କୁମାର ବେହେରା, ମିଲନ କୁମାର ଦାଶ, ଦିଗମ୍ବର କହଁର, ଅଧ୍ୟାପିକା ଆକାଂକ୍ଷl ରଥ, ଅଭୀପ୍ସା ପ୍ରିୟଦର୍ଶିନୀ, ଚୁମୁକୀ ନାୟକ, ସି.ଏଚ୍‌. ରୋଜା, ତେଜସ୍ୱିନୀ ପାଢ଼ୀ, ଅଙ୍କିତା ପ୍ରଧାନ ଓ ମୟୁରୀ ଜଗଦଲା ରକ୍ତଦାନ କରିଥିଲେ।

ସହକାରୀ ପ୍ରଫେସର୍ ଧନଞ୍ଜୟ ପ୍ରଧାନ ଓ ଡ. ଦେବସ୍ମିତା ସାହୁ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l

ମହାବିଦ୍ୟାଳୟର ଲାଇବ୍ରେରିଆନ୍‌ ନରେଶ କୁମାର ବେହେରା, କର୍ମଚାରୀ ସତ୍ୟଜିତ ମଣ୍ଡଳ, ପ୍ରଶାନ୍ତ ଚନ୍ଦ୍ର ମଲ୍ଲିକ ଓ ଅନ୍ୟାନ୍ୟ ଯୁଥ ରେଡକ୍ରସ ଓ ଏନ୍‌.ଏସ୍‌.ଏସ୍‌ ସ୍ୱେଚ୍ଛାସେବୀ ଓ ଛାତ୍ରୀ ମାନେ ମଧ୍ୟ ରକ୍ତଦାନ କରିଥିଲେ। ଶିବିରରେ ଯୋଗଦେଇଥିବା ସମସ୍ତ ରକ୍ତଦାତାଙ୍କୁ ରକ୍ତଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।