ବିଶ୍ଵ ନୃତ୍ୟ ଦିବସ ମହାସମାରୋହରେ ପାଳିତ

କନ୍ଧମାଳ (TKNEWSMEDIA ) 30/04/2026 : ବିଶ୍ଵ ନୃତ୍ୟ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଯୋଗଦେଇ କଳାକାରମାନଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ସ୍ୱତନ୍ତ୍ର ଅଭିଯୋଜକ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ସ୍ଵାତି ର ସମ୍ପାଦକ ହରିଶଙ୍କର ରାଉତ, ଓଡିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ ଏବଂ ସନାତନ ନାୟକ, ବିଶିଷ୍ଟ ସାହିତ୍ୟିକ ଡ.ଚିତ୍ତରଞ୍ଜନ ମିଶ୍ର, ରବିନ୍ଦ୍ର ନାଥ ମିଶ୍ର ଆଦି ଯୋଗଦେଇ କନ୍ଧମାଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ନଟରାଜ କଳାମନ୍ଦିରର ଭୂମିକା ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଓଡ଼ିଶୀ ନୃତ୍ୟ ପାଇଁ ଗୁରୁ ନିରଞ୍ଜନ ରାଉତଙ୍କୁ ସମ୍ମାନୀତ କରଯାଇଥିଲା। ଭୁବନେଶ୍ବର ରୁ ଆସିଥିବା ଦୁଇ ପ୍ରଖ୍ୟାତ୍ ଶୀଳ୍ପି ବିଭୁ କିଶୋର ଏବଂ ଆକାଂକ୍ଷା ଙ୍କ ଦ୍ୱେତ ଓଡିଶୀ ନୃତ୍ୟ, ଡ ଚନ୍ଦନ ଗନ୍ତାୟତ ଓ ଡ ଅସିତ୍ ନନ୍ଦଙ୍କ କଣ୍ଠ ସଙ୍ଗୀତ, ନଟରାଜ କଳା ମନ୍ଦିର ଶୀଳ୍ପି ମାନଙ୍କ ଦ୍ଵାରା ଓଡିଶୀ, ଭଜନ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକମାନେ ଉପଭୋଗ କରିଥିଲେ। ଏହି ଅବସରରେ ଚିତ୍ର କଳା ଓ ହସ୍ତ କର୍ମ ପ୍ରଦର୍ଶନୀ ମଧ୍ଯ ହୋଇଥିଲା । ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ବିନୋଦ ଚନ୍ଦ୍ର ସାହୁ ଓ ସ୍ଵର୍ଣ୍ଣ ଲକ୍ଷ୍ମୀ ଆଚାର୍ଯ୍ୟ ପରିଚାଳନା କରିଥିଲେ ।
