କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ୪ଟି ଗ୍ରାମପଞ୍ଚାୟତ ଶଙ୍କରାଖୋଲ ,କୁସୁମେଣ୍ଡି ,ବାପଲମେଣ୍ଡି(ଏଲ) ଏବଂ ଆରାବାକା କୁ ନେଇ (DDU-GKY) ଯୋଜନା ଦ୍ଵାରା ନିଯୁକ୍ତି ଭିତିକ ଏକ ପରାମର୍ଶ ଶିବିର ଆୟୋଜନ ହୋଇଥିଲା । ଏହି ପରାମର୍ଶ ଶିବିରରେ ଜିଲ୍ଲା ସଂଯୋଜକ (DDU-GKY) ଶ୍ରୀ ଭବାନୀ ଶଙ୍କର ଦାସ ଏବଂ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଶ୍ରୀ ଭୃଙ୍ଗରାଜ ମହାନ୍ତି ଯୋଗଦେଇ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ କିପରି ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ନିଯୁକ୍ତି ଦିଆଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ୬୦ଜଣ ଯୁବକ ଯୁବତୀ ଯୋଗଦେଇଥିଲେ ଏବଂ ୩୦ଜଣ ଯୁବକ ଯୁବତୀ ତାଲିମ ନେବାପାଇଁ ଇଛାପ୍ରକାଶ କରିଥିଲେ । ଏହି ଶିବିରରେ ୬ଗୋଟି ପ୍ରକଳ୍ପ ରୂପାୟନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇ ନିଜ ନିଜର ତାଲିମ ସଂସ୍ଥା ବିଷୟରେ ଆଲୋକପାତ କରିଥିଲେ । ଏହି ଶିବିରକୁ ଚକାପାଦ ବ୍ଲକର ବି.ପି.ଏମ. ଶ୍ରୀ ଅକ୍ଷୟ କୁମାର ପ୍ରଧାନ ପରିଚଳନା କରିଥିଲେ । ଏହି ଶିବିରରେ ସୌଦାମିନୀ ମଲ୍ଲିକ ,ସୂର୍ଯ୍ୟ କୁମାର କରନ ,ଭିକି ପ୍ରଧାନ ,ପୀତବାସ ମହାନ୍ତି ଏବଂ ବରୁଣ କହଁର, ଏ.ବି.ଡ଼ି.ଓ. ଉପସ୍ଥିତ ରହି ସହଯୋଗ କରିଥିଲେ ।
AVBP ର ମହାନଗର ସମ୍ମିଳନୀ
ଭୁବନେଶ୍ୱର (TKNEWSMEDIA ) 17/12/2024 : ଭୁବନେଶ୍ୱର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ମହାନଗର ସମ୍ମିଳନୀ ଗୋଲାପ ରିସୋର୍ଟରେ ମହାସମାରୋହରେ ପାଳିତ ହୋଇଛି l ଏହି...