କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡାରେ ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ୱ ହେବ ଜି. ଓ. ଟାୱାର ନିର୍ମାଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେବୁଲ ସଂଯୋଗ ହୋଇ ନାହିଁ l ଫଳରେ ଲାଇନପଡା ଅଞ୍ଚଳର କୁସୁମେଣ୍ଡି ଓ ବପଲମେଣ୍ଡି ଗ୍ରାମ ପଞ୍ଚାୟତର ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବା, ଡିଜିଟାଲ ସେବା, ଜନସେବା, ବ୍ୟାଙ୍କ ସେବା ଏବଂ ଯୋଗାଯୋଗ ଇତ୍ୟାଦି କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏଥିପ୍ରତି ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ TKNEWS ର ସମ୍ପାଦକ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ଆଜି ରାଜଭବନରେ ଓଡିଶାର ମହାମହିମ ରାଜ୍ୟପାଳଙ୍କ ନିକଟରେ ନିବେଦନ କରି ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ଥିବା ଜି. ଓ. ଟାୱାର ସଚଳ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି l
ଉକ୍ତ ବିଷୟ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରକ୍ଷକ ନାୟକ ଗ୍ରହଣ କରି ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଛନ୍ତି