ସୂର୍ଯ୍ୟ ଙ୍କ ପ୍ରତାପ ରୌଦ୍ର ରେ
ଧର୍ଷିତ ଶୁଷ୍କ ମାଟି ଅନେଇଛି
ବର୍ଷା ରାଣୀ ର ସେଇ ପହିଲି
ପ୍ରୀତି ର ପ୍ରେମ ଛିଟା କୁ ||
କଳା ବାଦଲ ର ବୁକୁ କୁ ଫଟେଇ
ବାହାରି ଆସେ ମେଘର ଆସର ଦେଇ
ସବୁ ବାଧା ବିଘ୍ନ କୁ ଆଡେଇ ଦେଇ
ମିଶିବାକୁ ବ୍ୟାକୁଳ ସେଇ ||
ଧରିତ୍ରୀ ର ସେଇ ଶୁଷ୍କ ମାଟି ଉପରେ
ବର୍ଷା ରାଣୀ ଛିଟାଇ ଦିଏ ମହକ
ଲୀନ ହୋଇଯାଏ ଚିର ଦିନ ପାଇଁ
ବାହାରେ ପ୍ରେମ ର ଏକ ବାସ୍ନା||
ଯାହାକି ମହାକାଇ ଦିଏ
ଧରା ପୃଷ୍ଠ ରେ ବାସ କରୁଥିବା
ସମସ୍ତ ଙ୍କ ମନରେ ପୀରତି ର ମହକ
ଯାହାକୁ କୋଳେଇ ନିଏ ସାରା ଜଗତ ||
ଅଞ୍ଜଳୀ
ଅର୍ଥନୀତି ଅଧ୍ୟାପିକା
ଜୀବନ ଜ୍ୟୋତି ମହାବିଦ୍ୟାଳୟ
ରାଇକିଆ, କନ୍ଧମାଳ