ପ୍ରେମ ର ଭାଷା କୁ ବୁଝିହୁଏ ନାହିଁ
କହି ହୁଏ ନାହିଁ ସିଏ ନିସ୍ବର,
ପ୍ରେମ ର ଭାଷା କୁ କହି ହୁଏ ନାହିଁ
ଏହା ଯେ ଅଢେଇ ଅକ୍ଷର,||
ଏହା ଦୁଇ ହୃଦୟ ର ମିଳନ ସ୍ଥଳ
ଏହା ଦୁଇ ମନ ର ମିଳନ କେନ୍ଦ୍ର
ଦୁଇ ଆତ୍ମା ର କୈନ୍ଦୀୟ ବିନ୍ଦୁ
ଶେଷ ପରିଣତି ହୁଏ ମିଳନରେ,||
ପ୍ରେମ ର ପରିଭାଷା ଅନନ୍ତ
ପ୍ରେମ ର ଅଭିଳାଷ ଶେଷ
ଦୁଇ ଶରୀର ର ମିଳନ ରେ
ଶଙ୍ଖା ସିନ୍ଦୁର ର ମର୍ଯ୍ୟାଦା ରେ ||
ପ୍ରେମ ର ପ୍ରତାରଣା ଦିଏ
ହୃଦୟ ବିଦର୍ଣ୍ଣ କଷ୍ଟ
ଝରି ଯାଏ ଆଖି ରୁ
ଲୋତକ ର ଧାର ||
ପ୍ରେମୀର ଆଶା ଦଇବର ଇଛା
ଦୃଢ଼ଭୂତ ହୋଇ ମିଶିଯାଏ
ନୀଳ ଗଗନେ ଓ ପବନେ
ଭାଶିଯାଏ ଓ ମିଶି ଲିଭି ଯାଏ ||
ଅଞ୍ଜଳୀ
ଅର୍ଥନୀତି ଅଧ୍ୟାପିକା
ରାଇକିଆ, କନ୍ଧମାଳ