ଛୋଟ ପିଲା ଙ୍କ ପରି କୋଇଁ କୋଇଁ ହେଇ କାନ୍ଦି କାନ୍ଦି ଦୀନେଶ ଙ୍କ ଛାତି ଉପରେ ମୁଣ୍ଡ ଥୋଇ ପିଠି କୁ ଜୋର ରେ ଜାବୁଡି ଧରିଲା ଧରିତ୍ରୀ | କିଛି ତାକୁ ନ ବୁଝେଇ ପାରି ଦୀନେଶ ମଧ୍ୟ ତାକୁ ଜୋର ରେ ଜାବୁଡି ଧରିଲେ ଆଉ ତା ଗାଲ ରେ ଟାଣି ଦେଲେ ଚୁମ୍ବନ ର ଏକ ଗାର | ବ୍ୟସ୍ତ ବିବ୍ରତ ହୋଇ ଧରିତ୍ରୀ କିଛି ନ କହି ପାରି ଚାହିଁ ରହିଥିଲା ଚାତକ ଟିଏ ପରି |
ଧରିତ୍ରୀ ହୋଉଛି ଏକ ବୋହୂ ଯାହାକୁ ଦିନେ ବହୁତ ଭଲ ପାଇଥିଲା ଦିନେଶ | ନିଜ ଜୀବନ ଠାରୁ ମଧ୍ୟ ବହୁତ ଭଲ ପାଉଥିବା ଝିଅ କୁ ହରେଇ ବସିବା କୁ ପଡିଥିଲା ତାକୁ କିଛି ପରିସ୍ଥିତି ରେ ପଡି, ତଥାପି ସେ ଆଜି ଧରିତ୍ରୀ ତା ଧରା କୁ ସେହି ପରି ଭଲ ପାଏ ଯାହାକି ସମୁଦ୍ର ଠାରୁ ଆହୁରି ଗଭୀର ଓ ଆକାଶ ଠାରୁ ବି ଆହୁରି ଅଧିକ| ଦୀନେଶ ତା ଯୋଗ୍ୟତା ଅନୁଯାଇ ଗୋଟିଏ ବେସରକାରୀ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ | ବହୁତ କମ ଦରମା ରେ ତାକୁ ଗୁଜୁରାଣ ମେଂଟେଇବା କୁ ପଡୁଥିଲା ପୁଣି ବୋଝ ଉପରେ ଲଳିତା ବିଡା ସଦୃଶ ତା ବଡ ଭାଇ ଙ୍କ ପୁଅ ଦୁଇ ଜଣ ମଧ୍ୟ ଦିନେଶ ଙ୍କ ପାଖେ ରହି ପାଠ ପଢୁଥାନ୍ତି | ପିଲା ଦୁହିଁଙ୍କ ସମସ୍ତ ଭାର ଏହାରି ଉପରେ ସେ ପାଟି ଖୋଲି କେବେ ବଡ ଭାଇଙ୍କୁ ଏକ ଟଙ୍କା ମଧ୍ୟ ମାଗିନାହିଁ | ଭାରି ସ୍ୱାଭିମାନୀ ଟିଏ | ଧରିତ୍ରୀ ସହ ତାର ପ୍ରଥମ ଦେଖା ହୋଇଥିଲା କଲେଜ ରେ ଇତିହାସ କ୍ଲାସ ରେ | ଧରିତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷ ରେ ନାମ ଲେଖେଇ ଥିଲା | ଦେଖିବାକୁ ସେ ଗୌର ରଙ୍ଗ ର ପୁଣି ବହୁତ ସୁନ୍ଦର ଯେମିତି ଆକାଶ ରୁ ଅପସରି ଟିଏ ଓଲ୍ହେଇ ଆସିଛି | ଧରା ସବୁବେଳେ ତା ସାଙ୍ଗ ସହ ଆସେ ପୁଣି ସାଙ୍ଗ ସହ କଲେଜ ରୁ ଫେରିଯାଏ ଘରକୁ | ବାପା ତାର ଭାରି ରାଗି ବହୁତ କଷ୍ଟ ରେ ମାନିଛନ୍ତି ତା କଲେଜ ପାଠ ପଢାକୁ | କାରଣ ସିଏ ବହୁତ ରେଷ୍ଟ୍ରିକ୍ସନ ରେ ଝିଅ କୁ ବଢ଼େଇଛନ୍ତି କାଳେ କିଏ ତାଙ୍କ ଝିଅ କୁ କିଛି କହିଦେବ ସେଇ ଭୟ ତାଙ୍କର ସବୁବେଳେ ମନ ରେ ଥାଏ | ଧରିତ୍ରୀ ଗୋଟିଏ ଝିଅ ତା ବାପା ମା ଙ୍କର |ଭାରି ଗେଲ୍ହା ରେ ବଢିଲେ ମଧ୍ୟ ତା ପାଠ ପଢା ର ଯତ୍ନ ତା ମା ନିଅନ୍ତି |କଲେଜ ରେ ଝିଅ ଜଇନ ହେଲା ପ୍ରଥମ ଦିନ କ୍ଲାସ ରେ ପାଦ ଥାପିଛି ଧରା ତା ସାଙ୍ଗ ସହ | ମନରେ ଅହେତୁକ ଡର ସହ କିଛି ଅଧିକ ଜାଣିବାର ଇଛା ଆଗ୍ରହ ତାକୁ ତଳିତଳାନ୍ତ କରିପକାଉଛି ମହମ ବତୀ କୁ ନିଆଁ ତରଳେଇ ଦେଲା ପରି କ୍ଲାସ ଆରମ୍ଭ ହେଲା ଦୀନେଶ ସାର ଆସି କ୍ଲାସ ଆରମ୍ଭ କଲେ | ହରପପା ସଭ୍ୟତା ଆରମ୍ଭ ହେଲା ସେତିକି ଭିତରେ ଦୀନେଶ ର ଆଖି ପଡିଛି ସେଇ ସରଗର ଅପସରି ଉପରେ ଚାହିଁଲେ ମଧ୍ୟ ଆଖି ଫେରେଇ ନେଇପାରୁନାହିଁ ଦିନେଶ, ନିଜ କୁ ନିଜେ କଣ୍ଟ୍ରୋଲ କରି କ୍ଲାସ କୁ ଚଲେଇ ନେଲା ଦିନେଶ | 45 ମିନିଟ ସରିଲା କ୍ଲାସ ସାରିବାକୁ ବସିଲାଣି ତଥାପି ତା ମନ ଫେରୁନାହିଁ କ୍ଲାସ ରୁମ ଭିତରୁ, ବହୁତ କଷ୍ଟରେ ମନ କୁ ସମ୍ଭାଳି ନେଲା ଯେମିତି ଅରଣା ମଇଁଷି କୁ ତା ମାଲିକ ସମ୍ଭାଳି ଥାଏ | କିନ୍ତୁ ଏହି ସବୁ ବିଷୟ ରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା ଧରା, ବହୁତ ସରଳ ଓ ହୃଦୟ ନିର୍ମଳ ଥିଲା ଧରା ର ଯୋଉଥି ପାଇଁ ସେ କିଛି ଜାଣି ପାରି ନଥିଲା | ସବୁ ଦିନ ଏହି ପରି ବିତିଚାଲିଲା କିନ୍ତୁ କିଛି ବୁଝି ପାରିନଥିଲା ଧରା |ଶେଷ ରେ ଧରା ର ଖାତା କୁ ଏମିତି କଣ ଭୁଲ ଲେଖିଛ କହି ନିଜ ପାଖକୁ ଟାଣିନେଇଥିଲା ଦିନେଶ ଠିକ ସେଇ ସମୟ ରେ ତା ହାତଟା ଧରା ର ହାତ ସହ ଟିକେ ବାଜି ଯାଇଥିଲା ଠିକ ସେଇସମୟ ରେ ଦିନେଶ କିଛି ନୂତନ ତ୍ୱ ଅନୁଭବ କରିପାରିଥିଲା ତା ସ୍ପର୍ଶ କୁ ପାଇ କାରଣ ଦୀନେଶ କେବେ କୌଣସି ଝିଅ ସଂସ୍ପର୍ଶ ରେ ଆସିନଥିଲା |ପୁଣି ଧୀରେ ଧୀରେ ମନେ ମନେ ଧରା କୁ ଭଲ ପାଇ ବସିଥିଲା ଦୀନେଶ | ପ୍ରୋମସନ ପରୀକ୍ଷା ଶେଷ ହେବାକୁ ବସିଲାଣି କଣ ସତରେ ଦୀନେଶ ତା ମନ କଥା କୁ କହି ପାରିବନି ସେ କଣ ସତରେ ତା ପ୍ରେମ ଟା ଅଧୁରା ହେଇ ରହିଯିବ ସାରା ଜୀବନ କିଛି ନ ଭାବି ନ ଚିନ୍ତି ସେ ଫଇସଲା କଲା ଯେମିତି ବି ହୋଉ ସେ ଆଜି କହି ଦବ ସବୁ କିଛି ଯାହାକୁ ସେ ଛାତି ତଳେ ଚାପି କି ରଖିଛି |ଧରା କୁ ଖୋଲି କହିବ କେମିତି,କେମିତି ତା ହୃଦୟ ର କଥା କୁ କହିଦେବ ଯାହାକୁ ସେ ବହୁତ ଭଲ ପାଏ | ଏମିତି ଭାବୁ ଥିବା ଅବସ୍ଥାରେ ତାକୁ ଶୁଭିଲା ସାର ପେପର ଟା କୋଉଠି ରଖିବି? ତାର ଭାବନା ହାତରୁ ଖସି କାଚ ଗିଲାସ ଭାଙ୍ଗି ଗଲା ପରି ଭାବନା ବି ଭାଙ୍ଗି ଚୁରମାର ହେଇଗଲା |ଡାହାଣ ପଟକୁ ଅନେଇ ଦେଖିଲା ବେଳେ ଧରା ର ଅତି ଘନିଷ୍ଠ ସଖି ଅରୁ, ହଁ ହଁ ଏଇଠି ରଖ ବୋଲି ଟେବୁଲ ର ଗୋଟେ କୋଣ କୁ ଦେଖେଇଲା ଦିନେଶ |ଆଗ ପଛ କିଛି ନ ବିଚାରି ଅରୁ କୁ ସବୁ କଥା କହିବାକୁ ଲାଗିଲା ଦିନେଶ, ସମୁଦ୍ର ଢେଉ ଶାମୁକା କୁ କୂଳ କୁ ଫିଙ୍ଗି ଦେବା ପରି ହୃଦୟର କଥା କୁ ସମ୍ପୂର୍ଣ୍ଣ ଅରୁ ଆଗେ ଫିଙ୍ଗି ଦେଇଥିଲା ଦିନେଶ ଯେ ସେ କିପରି କେମିତି ଆଉ କେତେ ଭଲ ପାଏ ତା ସ୍ବପ୍ନ ର ନାୟିକା ଧରା କୁ,!!!!ପୁଣି କହିଲା ତୁମେ ନିଶ୍ଚୟ ତୁମ ସଖି କୁ କହିବ ଏହି ସବୁ କଥା ମୋ ମନର ଭାବନା |ଟିକେ ହସି ଦେଇ ବିଦାୟ ନେଇଥିଲା ଅରୁ |ସାଙ୍ଗ ଦୁଇ ଜଣ ମିଶିକି ଫେରୁଥାନ୍ତି ହଠାତ ଜୋର ରେ ବର୍ଷା ଆସିଲା ଦୁଇ ସାଙ୍ଗ ଗୋଟେ ସ୍କୁଲ ପିଣ୍ଡା ଉପର କୁ ପଳେଇଲେ ନିଜକୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ |ସେଇତି ବେଳେ ଠିକ ମଉକା ଅନୁଭବ କରି ଅରୁ ସବୁ କିଛି ଦୀନେଶ କହିଥିବା କଥା କୁ ବାନ୍ତି କରିପକେଇଲା ଠିକ ଅଜୀର୍ଣ୍ଣ ହୋଇଥିବା ବ୍ୟକ୍ତି ବାନ୍ତି କରିବା ପରି |ସେହିସବୁ ଶୁଣି ଧରା ଯେମିତି ସ୍ପବ୍ଦ ହେଇ ଯାଇଥିଲା ସତେ ଯେମିତି ପଥର ମୂର୍ତ୍ତି ଟି ପରି, ଭାବନା ରାଇଜ ରେ ସେ ଡୁବିବାକୁ ଲାଗିଲା ଯେମିତି ପଙ୍କ ଗାଡ଼ିଆ ରେ ଜଣେ ବୁଡ଼ିଲେ ଡୁବିବାକୁ ଲାଗେ ଠିକ ସେଇ ପରି କିନ୍ତୁ ଟିକେ ଆଶ୍ଚର୍ଯ୍ୟ ବି ଥିଲା ସେ କଣ ସତରେ ଦୀନେଶ ସାର ମୋତେ ଭଲ ପାଅନ୍ତି କିନ୍ତୁ ସମାଜ ର ଅପନିନ୍ଦା, କୁକଥା କୁ ଟିକେ ମନେ ପକେଇ ସେ ନିଜ କୁ ପଥର ପରି ପୁରା ଷ୍ଟ୍ରଙ୍ଗ ହେଇ ଉତ୍ତର ଦେଇଥିଲା ଆରେ ରକ୍ଷକ ଯଦି ଭକ୍ଷକ ସାଜିବ ତାହା ହେଲେ ଆମେ ଆଶ୍ରିତ କାହା ଉପରେ ହେବା? ଶେଷ ରେ ମନକୁ ଦୃଢ଼ କରି କହିପାକେଇଲା ନା ଅରୁ ମୁଁ ଏହି ପରି ଅନ୍ୟାୟ କରିପାରିବିନି ଈଶ୍ୱର ବୋଲି ମାନୁ ଥିବା ଗୁରୁ ଙ୍କୁ ମୋ ମନରେ ର ପୂଜା କରୁଥିବା ମନୁଷ୍ୟ ପାଇଁ ଏହି ଭାବନା ତିଳେ ମଧ୍ୟ ଏହି ଚିନ୍ତା ହିଁ ମୋ ମନରେ ନାହିଁ | ତୁ କାଲି ସାର ଙ୍କୁ ମୁଁ ମନା କଲି ବୋଲି ଉତ୍ତର ରଖିବୁ | ବହୁତ ବୁଝେଇବାକୁ ଚେଷ୍ଟା କରିଥିଲା ଅରୁ, କିନ୍ତୁ ଧରା ଏକ ଜିଦିଆ ହୋଇ ସମ୍ପୂର୍ଣ୍ଣ ମନା କରିଦେଇଥିଲା |ବର୍ଷା ବି ସେତେବେଳକୁ ଛାଡି ଯାଇଥାଏ ଦୁଇ ସାଙ୍ଗ ସ୍କୁଲ ପିଣ୍ଡା ରୁ ନିଜ ଘର କୁ ବାହୁଡ଼ି ଯାଇଥିଲେ |
ସେଇ ଦିନ ରାତି ରେ ଜମା ଧରା କୁ ନିଦ ନାହିଁ ଏହି ଭଳି ଚିନ୍ତା ଦୀନେଶ ସାର ଙ୍କ ମନରେ ଆସିଲା କିପରି? ଧୀରେ ଧୀରେ ନିଦ ମାଉସୀ ରାତି 3 ଟା ପରେ ଧରା ର ଆଖି ରେ ପ୍ରବେଶ କଲେ ଆଉ ତାକୁ ନିଦ ହେଇଗଲା |ସେପଟେ ଦିନେଶ କୁ ଆଦୌ ନିଦ ନାହିଁ କଣ ଉତ୍ତର ରଖିଥିବ ତା ସ୍ବପ୍ନ ନାୟିକା କଣ ତା ପ୍ରସ୍ତାବ ରେ ସିଏ ରାଜି ହେଇଯାଇଥିବ ନା ମନା କରିଦେଇଥିବ ଏହି ଦୁଇଟି କଥା ତାକୁ ସମ୍ପୂର୍ଣ୍ଣ ଅସ୍ତ ବ୍ୟସ୍ତ କରିଦେଉଛି ଦେଖୁ ଦେଖୁ କୁକୁଡ଼ା ରାବ ଶୁଭା ଗଲା ତାକୁ, ଆରେ କଣ ସତରେ ରାତି ପାହିଗଲା ଏହି ମୋର ଭାବନା ରେ… କହି ଟିକେ ଆଖି ବନ୍ଦ କରିଦେଲା ଦିନେଶ |ଘଣ୍ଟା ର ଆଲାରାମ ଘାଣ୍ଟି ବାଜିଗଲା ଆରେ ବାପରେ, ପୁରା ସାତ ଟା ବାଜିଲାଣି କହି ଧଡ଼ ପଡ଼ ହେଇ ବିଛଣା ରୁ ଉଠିଲା ଦୀନେଶ ଆଉ ପବନ ବେଗରେ ଦୌଡ଼ିଲା ଗାଧୁଆଘର ଅଭିମୁଖେ |ସବୁ କାମ ସାରି ସେଇ ଦିନ ମଧ୍ୟ ସବୁଦିନ ପରି ବାହାରିଲା କଲେଜ ଆଡକୁ ମନରେ ଅହେତୁକ ପ୍ରଶ୍ନ ବାଚୀ କୁ ସାଥିରେ ନେଇ |କ୍ଲାସ କରିବାକୁ ରୁମ ଭିତରେ ପଶି ପ୍ରଥମେ ଖୋଜିଥିଲା ନିଜ ସ୍ବପ୍ନ ନାୟୀକା କୁ ନିଜ ଚିତ୍ର ର ରଙ୍ଗ କୁ କିନ୍ତୁ ଦେଖୁଛି ସେଇ ଜାଗା ଖାଲି ପଡିଛି ନିଜ ଆଖିକୁ ସମ୍ପୂର୍ଣ୍ଣ ଭାବେ ବାରମ୍ବାର ବୁଲେଇ ଚାଲିଲା କ୍ଲାସ ଭିତରେ କିନ୍ତୁ ଧରା କୁ କୋଉଠି ବି ଦେଖି ବାକୁ ନ ପାଇବାରୁ ବିଚଳିତ ହୋଇ ଅରୁ କୁ ବାହାରକୁ ଡାକି ପଚାରିଲା, ଆରେ ଅରୁ କଣ ତୁମ ସାଙ୍ଗ ଆଜି ଆସିନାହାନ୍ତି? ଅରୁ କହିଲା, ନାଇଁ ସାର ସେ ଆଜି ଆସିନାହିଁ | ଆଉ ଆପଣ ଯେଉଁ ପ୍ରଶ୍ନ ର ଉତ୍ତର ଚାହିଁଥିଲେ ତା ଉତ୍ତର ହୋଉଛି ସେ ଆପଣଙ୍କ ପ୍ରସ୍ତାବ ରେ ରାଜି ନୁହେଁ ସିଏ ଆପଣଙ୍କୁ ଗୁରୁ ପରି ମାନେ ସିଏ ଆପଣଙ୍କୁ ଭଲ ପାଇବା ଦୃଷ୍ଟି ରେ ମଧ୍ୟ କେବେ ଦେଖିନାହିଁ |
ଏହା ଶୁଣିବା କୁ କେବେ ଆଶା ରଖିନଥିଲା ଦୀନେଶ ସିଏ ମ୍ରିୟମାଣ ହୋଇପଡ଼ିଲା ଏବଂ ବିଚଳିତ କଣ୍ଠ ରେ କହିପାକେଇଲା Aru leave me alone. କିନ୍ତୁ ଅରୁ କହିଲା ସାର ଆପଣ…. Please you go now and i wanna leave alone now. କହି ପକେଇଲା ଦୀନେଶ |ଅରୁ ଚାଲିଗଲା କ୍ଲାସ ଭିତରକୁ, ଆଖିରେ ଲୁହ ଓ ଛାତିରେ କୋହ ଧରି ଦୀନେଶ ଠିଆ ହୋଇଥିଲା ଥୁଣ୍ଟା ଗଛ ଟିଏ ପରି!!କ୍ଲାସ କରିବ କଣ ସିଏ ସିଧା ଘରକୁ ଫେରିଗଲା ଆଉ ଧଡ଼ କିନା କବାଟ କୁ ବନ୍ଦ କରିଦେଇ ଶିକୁଳି ଭିତର ପଟୁ ଲଗେଇଦେଲା |ସତରେ କଣ ମୁଁ ଆଉ ମୋ ପ୍ରେମ କୁ ପାଇପାରିବିନି ସତରେ କଣ ମୋ ପ୍ରେମ ଅଧୁରା ରହିଯିବ? ଏହି ପ୍ରଶ୍ନ ରେ ବୁଡି ଗଲା ଦୀନେଶ କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭାଙ୍ଗି ବାକୁ ଦେଲାନି ସିଏ ନିଜ ମନକୁ ଷ୍ଟ୍ରଙ୍ଗ କଲା ଆଉ ଆଖିର ଲୁହ କୁ ହାତ ପାପୁଲି ରେ ପୋଛି ପକେଇଲା |ଟିକେ ବାହାର କୁ ଚାଲିଲା ବୁଲିକି ମନ ଫ୍ରି କରିବା ଉଦେଶ୍ୟ ରେ, କିଛି ବାଟ ଯାଇଛି ହଠାତ ତା ଆଖି ପଡିଲା ଗୋଟିଏ ଯୁବକ ଉପରେ ପାଖକୁ ଆସିଲା ପରେ ସିଏ ହାତ ଯୋଡି କହୁଛି ସାର ନମସ୍କାର, ପ୍ରତିଉତ୍ତର ନମସ୍କାର ରଖିଲା ଦିନେଶ |ଆରେ ରାମୁ ତୁମେ ପ୍ରଶ୍ନ କଲା ଦିନେଶ | ହଁ ସାର ଗାଁ କୁ ଆସିଥିଲି ତୋ ଆପଣଙ୍କୁ ଟିକେ ଦେଖା କରିବି ଭାବି ଅପଣ ଘର ଆଡେ ଟିକେ ଆସିଥିଲି ବୁଝିଲେ ସାର ଘରେ ବାହାଘର ପାଇଁ ଆଉ ରଖେଇ ଥୁଏଇ ଦେଉନାହାନ୍ତି ବାପା ବୋଉ କହିଲା ରାମୁ | ଆଛା ହୋଉ ତୁମେ ମାନିନିଅ ବାହା ହେଇପଡ କହିଲା ଦୀନେଶ, ଆଛା ଝିଅ ଟା କୋଉଠି କାର ହୋ? କେମିତି ଦେଖିବାକୁ କେତେ ପଢ଼ିଛି? ସାର,… ଏହି ପରା ଆମ ଗାଁ କଲେଜ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ସେଇ ଝିଅ ନାଁ ତାର ଧରିତ୍ରୀ ସାହୁ | ଅବାକ ହେଇ ଅନେଇ ଥିଲା ଦିନେଶ କହିଚାଲିଥିଲା ରାମୁ, ଧରା ବିଷୟରେ…|ଦିନେଶ କଣ କହିବ କିଛି ବୁଝି ପାରିଲାନି ରାମୁକୁ ବଧାଇ ଦେଇ ଫେରିଲା ଘରକୁ | ପ୍ରଥମ ପ୍ରେମ କୁ ହରେଇ ସାରିଛି ସବୁଦିନ ପାଇଁ ନିଜେ ମୁହଁ ଖୋଲି କହିବା ଆଗରୁ ସିଏ ଆଉ କାହାର ହେବାକୁ ବସିଛି କିନ୍ତୁ ଭାଙ୍ଗି ଯାଇ ନାହିଁ ନିଜକୁ ବହୁତ ବୁଝେଇଛି ଛାତିରେ ପଥର ଚାପିଦେଇଛି ଆଉ ବଞ୍ଚି ରହିଛି କେବଳ ତା ଦୁଇ ପୁତୁରା ଙ୍କ ପାଇଁ|
ସେପଟେ ଧରା ସହ ରାମୁ ର ବାହା ଘର ହେଇଯାଇଛି | ବାହାଘର ର କିଛି ଦିନ ପରେ ଫେରିଯାଇଛି ସହର କୁ ରାମୁ କିନ୍ତୁ ଛାଡି ଯାଇଛି ଧରା କୁ ଘରେ, ତାକୁ ତା ଶାଶୁ ଶଶୁର କେହି ସହନ୍ତି ନାହିଁ |ବହୁତ କାମ କରାନ୍ତି ଖାଇବାକୁ ଭଲ ଦିଅନ୍ତି ନାହିଁ |ବହୁତ କଷ୍ଟରେ ଜୀବନ ଧରିଛି ଧରା କେବଳ ତା ଗର୍ଭ ରେ ବଢୁଥିବା ଶିଶୁ ଟି ପାଇଁ |ରାମୁ ର ଇଛା ସେ ଛୁଆ କୁ ପେଟ ଭିତରେ ହିଁ ମାରିଦେବ ଆଉ ତାକୁ ଛାଡ଼ପତ୍ର ଦେଇଦେବ ଆଉ ଶେଷ ରେ ରାମୁ ସେଇୟା ହିଁ କଲା ଧରା କୁ ଛାଡ଼ପତ୍ର ଦେଇଛି ସତ କିନ୍ତୁ ଗର୍ଭ ରେ ଥିବା ଶିଶୁ କୁ ମାରିପାରି ନାହିଁ | ଧରା ଫେରିଛି ନିଜ ଗାଁ କୁ ସେଇଠି ଦିନେ ତାର ହଠାତ ତା ଦିନେଶ ସାର ଙ୍କ ସହ ଦେଖା ହୋଇଯାଇଛି | ନିଜ ଜୀବନ କାହାଣୀ ଶୁଣେଇଛି ସବୁ ଧରା ତା ସାର ଙ୍କୁ ଆଉ ନିଜ ଦୁଃଖ ସମ୍ଭାଳି ନ ପାରି ଡେରି ହେଇଯାଇଛି ତା ଦୀନେଶ ସାର ଙ୍କ ଛାତି ପାଖରେ ଆଉ ଭିଡି ଧରିଛି ତାଙ୍କ ପଛ ପିଠିକି ନିଜ ବାହୁ ଭିତରେ |ସବୁ ମନେ ପଡିଯାଇଛି ଦୀନେଶ ର, ଫେରି ପାଇଛି ଦିନେଶ ତା ଧରା କୁ ଏତେ ବର୍ଷ ପରେ କିଛି ନୂଆ ଅନୁଭୂତି ରେ କିନ୍ତୁ ନିଜକୁ ସିଏ ରଖିଛି ତା ପ୍ରଥମ ପ୍ରେମ କରି ସେଇଥି ପାଇଁ ଧରା ର ଦୁଃଖ ସହି ନ ପାରି ଆଙ୍କି ଦେଇଛି ତା ଗାଲ ରେ ଚୁମ୍ବନ ର ଏକ ରେଖା | ଏବଂ କିଛି ନ ଭାବି କିଛି ନ ବିଚାରି ଗାଁ ଠାକୁରାଣୀ ଙ୍କ ପାଖକୁ ନେଇଯାଇଛି ଧରା କୁ ହାତ ଧରି ପିନ୍ଧେଇ ଦେଇଛି ତା ସିନ୍ଥି ରେ ମା ଙ୍କ ସିନ୍ଦୁର ମା ଙ୍କୁ ସାକ୍ଷୀ ରଖି |ତା ଗର୍ଭରେ ବଢୁଥିବା ଶିଶୁ କୁ ବାପାର ପରିଚୟ ଦେଇ ପ୍ରମାଣ କରିଦେଇଛି ଯେ ସେ ଧରା କୁ କରୁଥିବା ପ୍ରେମ ଆଉ କିଛି ନୁହେଁ ତାହା ଅମର ଅଜର ଓ ଶାଶ୍ୱତ |
ଅଞ୍ଜଳୀ ପଣ୍ଡା
ଅର୍ଥନୀତି ଅଧ୍ୟାପିକା
ଜୀବନ ଜ୍ୟୋତି ମହାବିଦ୍ୟାଳୟ
ରାଇକିଆ, କନ୍ଧମାଳ