କଉଠି ଅଛି ସେ ସୁଖ
ବୁଡିବାକୁ ଇଛା ହୁଏ ଆଜି
ସେ ସୁଖ ସମୁଦ୍ର ରେ…
ଭୟ ନାହିଁ, ତାର ଅକାତ କାତ
ଜଳରାଶି କୁ…..
ଭୟ ଅଛି, ବାହାର ଦୁନିଆ ର
ଲାଞ୍ଚ୍ଛନା ସବୁ କୁ…..
ଅନୁଭବ କରିବାକୁ ଇଛା ହୁଏ
ସ୍ବପ୍ନ ସାକାର ହେବା ପରର,
ସେ ଅପୂର୍ବ ମୁହୂର୍ତ୍ତ କୁ…. ଅସରାଏ ସ୍ବପ୍ନ ନେଇ ବଂଚିଛି ମୁଁ,
ସୁଖ ସନ୍ଧାନ ରେ ଦୁଃଖୀ
ବାଟୋଇ ଟିଏ, ଆଜି ସାଜିଛି ମୁଁ
ଜାଣେନା ଏ ମଣିଷ ର ପ୍ରବୃତି,
ନା ମୋର ନୀଚ ପ୍ରକୃତି…
କିଛି ପାଇବା ପରେ ମଧ୍ୟ,
ପୁଣି ଉଙ୍କି ମାରେ ନୂଆ,
ଆଶା ଟିଏ….
କିଛି ଦୁର୍ଲଭ ସ୍ବପ୍ନ ପାଇଁ,
ସେ ଅନାବିଳ ଆଶା ପାଇଁ…
ଆଜି ମୁଁ ସୁଖ ସନ୍ଧାନ ରେ,
ଦୁଃଖୀ ମଣିଷ ଟିଏ……
ଲିଜାଲିନ ଭୋଇ
ଓଡ଼ିଆ ଅଧ୍ୟାପିକା
ଜୀବନ ଜ୍ୟୋତି ମହାବିଦ୍ୟାଳୟ,
ରାଇକିଆ କନ୍ଧମାଳ
ସତାଅଶି ତମ ଉତ୍କଳ ଦିବସ ର ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା।
ଆମେ ଓଡ଼ିଆ ଭାରି ବଢିଆ।।ବନ୍ଦେ ଉତ୍କଳ ଜନନୀ।। ସତାଅଶି ତମ ପ୍ରତିଷ୍ଠା ଉତ୍କଳଦିନ ର ଆଜି ଉତ୍ସବ,ବୀର ପ୍ରସବିନୀ ଉତ୍କଳ ଜନନୀଉତ୍ସବ ମୁଖର ହେବ। ସ୍ବତନ୍ତ୍ର ଉତ୍କଳ...