ସଂସାର ସାଗର ଏଠି
ନାହିଁ କୂଳ କିନାର,
ଦୁର୍ବଳ ଦଳିତ ଏଠି କେ
ସାହା ନାହିଁ ତାହାର ||
ମା ଫରକ ଦେଖେ ଏଠି
ଝିଅ ବୋହୁ ଭିତର,
ଜୋଇଁ ସ୍ୱାଧୀନ ଶଶୁର ଘରେ
ପୁଅ ଅବହେଳିତ ଏଠାର ||
ବୁଝେ ନାହିଁ ମା ଏଠି
ପୁଅ ବ୍ୟଥା ଗାଥାର,
ବୋହୂ କେବେ ହୋଇ ପାରେ
ନାହିଁ ତାର ନିଜର ||
ଆସହା, ଅସ୍ପୃହା ବୋହୂ
କଷ୍ଟ ପାଏ ଏଠାର,
ଅବହେଳିତ, ନିସ୍ପୃଷିତ, ଶୋଷିତ
ଏଠି ନାରୀ ତାହାର ||
ଦୁଃଖ, ଦୁର୍ଦଶା ପୁଣି ସହେ
ଏହି ସମାଜର,
ନିଜ ଦୁଃଖେ ଦୁଃଖୀ ପୁଣି
ସୁଖେ ସୁଖୀ ନିଜର ||
ଝିଅ ଜନ୍ମେ ଦୁଃଖୀ ହୋଇ
କାନ୍ଦେ ନୟନ ତାହାର,
ପୁଣି ବିବାହ ବନ୍ଧନ ପାଇଁ
ଝିଅ ଖୋଜେ ସଂସାର ||
ଝିଅ ଜନ୍ମେ ଜୀବିତ
ପୋତା ହୁଏ ଏଠାର,
ସଂସାର ବର୍ଦ୍ଧନ ନିମନ୍ତେ
କନ୍ୟା ଖୋଜେ ନରନ୍ତର ||
ଆହାଃ ରେ ବିଧାତା !
କି ମାୟା ତୋହର,
ରଚିଛୁ ଏ କଳଙ୍କିତ
ପରମ୍ପରା ଦୁନିଆର ||
ଭାରି ଦୁଃଖ ଲାଗେ ଯେବେ
ବୋହୂ ଖାଏ ପାହାର,
ଝିଅ ଓକିଲାତି କରି
ଭାଙ୍ଗେ ଘର ଦୁଆର ||
ବୁଝିବା ଏଠି ତାତ୍ପର୍ଯ୍ୟ ଯେ
ମଜା ନେବା ବୃଥାର,
ଆଜି ଝିଅ କାଲି ବୋହୂ
ଏହା ଯେ ସତ୍ୟ ନିରନ୍ତର ||
ଅଞ୍ଜଳୀ ପଣ୍ଡା
ରାଇକିଆ, କନ୍ଧମାଳ
ସତାଅଶି ତମ ଉତ୍କଳ ଦିବସ ର ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା।
ଆମେ ଓଡ଼ିଆ ଭାରି ବଢିଆ।।ବନ୍ଦେ ଉତ୍କଳ ଜନନୀ।। ସତାଅଶି ତମ ପ୍ରତିଷ୍ଠା ଉତ୍କଳଦିନ ର ଆଜି ଉତ୍ସବ,ବୀର ପ୍ରସବିନୀ ଉତ୍କଳ ଜନନୀଉତ୍ସବ ମୁଖର ହେବ। ସ୍ବତନ୍ତ୍ର ଉତ୍କଳ...