[କନ୍ଧମାଳ – 13/11( ଶ୍ରୀକାନ୍ତ କୁମାର ବେହେରା )
ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତତ୍ୱାବଧାନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ବିଶାଳ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଛି l
ଉକ୍ତ ଶିବିରରେ ଜିଲ୍ଲା ବିଚାରପତି -ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସାରଦା ପ୍ରସାଦ ନାୟକ, କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି., ଅତିରିକ୍ତ ଜିଲ୍ଲା ବିଚାରପତି -ତଥା-ସ୍ୱତନ୍ତ୍ର ବିଚାରପତି, ଦୁର୍ନୀତି ନିବାରଣ ଶ୍ରୀ ଶୁଭଦର୍ଶି ପଟ୍ଟନାୟକ, ଆଡ ହକ ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ଭାସ୍କର ଚନ୍ଦ୍ର ସାହୁ, ସ୍ଥାୟୀ ଲୋକ ଅଦାଲତ ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, ଜିଲ୍ଲା ବାର ଆସୋସିଏସନର ସଭାପତି ଶ୍ରୀ ସିଦ୍ଧେଶ୍ୱର ଦାଶ, ପରିବାର ଅଦାଲତ ବିଚାରପତି, ସୁଶ୍ରୀ ସ୍ମୃତିଲେଖା ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପାତଞ୍ଜଳୀ ସାହୁ, ସହକାରୀ ଦୌରା ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ଶିବାନୀ ଆଚାର୍ଯ୍ୟ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ରମାଦେବୀ ସୋରେନ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ବିରାଜ ପ୍ରସାଦ ପଣ୍ଡା ଓ ସୁଶ୍ରୀ ପ୍ରେରଣାଶ୍ରୀ ଦେଓ, ଉପଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର,ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାଶ, ତହସିଲଦାର ଫୁଲବାଣୀ ଦିନମଣୀ ନାୟକ , ଖଜୁରୀପଡା ସ୍ୱପ୍ନିତା ନାୟକ , ଓ ଫିରିଙ୍ଗିଆ ପୁନମ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ, ଓକିଲ, ଗଣମାଧ୍ୟମର ପ୍ରତିନିଧି ଏବଂ ହିତାଧିକାରୀମାନେ ଯୋଗଦେଇଥିଲେ l
ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନିର୍ଯାତନା କ୍ଷତିପୂରଣ ବାବଦରେ 4 ଜଣ ହିତାଧିକାରୀଙ୍କୁ 9 ଲକ୍ଷ ଟଙ୍କା, ଆଟ୍ରୋସିଟି ମାମଲା ଓ ଆନ୍ତଃଜାତି ବିବାହ ବାବଦରେ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ପୃଥକ ପୃଥକ ଭାବେ 4 ଜଣଙ୍କୁ ସର୍ବମୋଟ 10 ଲକ୍ଷ ଟଙ୍କା, ଜିଲ୍ଲାର 5ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ବାବଦରେ 26 ଲକ୍ଷ ଟଙ୍କା, ଆଶୀର୍ବାଦ ଯୋଜନାରେ 15 ଜଣ ହିତାଧିକାରୀଙ୍କୁ 71 ହଜାର 500 ଟଙ୍କା ଏବଂ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ ପାଇଁ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ 3 ଜଣ ହିତାଧିକାରୀଙ୍କୁ ସର୍ବମୋଟ 15 ହଜାର ଟଙ୍କା ପ୍ରଦାନ କରାଯାଇଥିଲା l
ସେହିପରି ସାମାଜିକ ସୁରକ୍ଷା ବିଭାଗ ତରଫରୁ 23 ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯଥା : – ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ଓ ପ୍ରମାଣ ପତ୍ର, ଭିନ୍ନକ୍ଷମମାନଙ୍କୁ ହୁଇଲ ଚେୟାର ଓ ତିନିଚକିଆ ସାଇକେଲ, ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ଅବିବାହିତ ଭତ୍ତା ଆଦି ପ୍ରଦାନ କରାଯାଇଥିଲା l ଏଥିସହିତ ଶ୍ରମ ବିଭାଗ ତରଫରୁ 8 ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ମାତୃତ୍ୱ ସହାୟତା, ଶିକ୍ଷା ସହାୟତା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ନିୟୋଜନ ବିଭାଗ ତରଫରୁ କେତେକ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା l ଏତଦବ୍ୟତୀତ ଫୁଲବାଣୀ ତହସିଲର 34 ଜଣ, ଫିରିଙ୍ଗିଆ ତହସିଲର 93 ଜଣ ଏବଂ ଖଜୁରୀପଡା ତହସିଲର 47 ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା l ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ପାତଞ୍ଜଳୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l