କନ୍ଧମାଳ (8/1/2022) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଲୋକମାନଙ୍କ ସ୍ୱାର୍ଥରେ ଏବଂ କୋଭିଡ -19 କୁ ନିୟନ୍ତ୍ରଣ କରିବା ପାଇଁ ସର୍ତାବଳୀ ଜାରିକରିଛି lକୋଭିଡ -19 ମହାମାରୀ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ 2005 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବଳରେ ଏବଂ ଓଡିଶା ବିପର୍ଯ୍ୟୟ ନିୟମ 2010ର 8(1) ଅନୁଯାୟୀ କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଡା. ବୃନ୍ଦା ଡି. ବିଭିନ୍ନ ନିୟମ / ଆଦେଶ ଅନୁପାଳନରେ ତା 07/01/2022 ରିଖ ପୂର୍ବାହ୍ନ 5ଟା ଠାରୁ ତା 01/02/2022 ରିଖ ପୂର୍ବାହ୍ନ 5ଟା ପର୍ଯ୍ୟନ୍ତ ନିମ୍ନଲିଖିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି l
+2 ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ବନ୍ଦ ରହିବ lକିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ଅନଲାଇନ କ୍ଲାସ କରାଯାଇପାରିବ l ସେଥିପାଇଁ ସେମାନଙ୍କର ଅଭିଭାବକଙ୍କର ସମ୍ମତି ଆବଶ୍ୟକ l ସମସ୍ତ ପରୀକ୍ଷା ଚାଲୁ ରହିବ l ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ l: ସେହିପରି ଶିକ୍ଷାନୁଷ୍ଠାନଗୁଡିକ କମ ସଂଖ୍ୟକ ପିଲାମାନଙ୍କୁ ନେଇ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ l
ସମସ୍ତ ଦୋକାନ ବଜାର ସକାଳ 5ଟା ଠାରୁ ରାତି 9ଟା ପର୍ଯ୍ୟନ୍ତ ଖୋଲା ରଖାଯାଇପାରିବ l କେବଳ ଦୁଇଟା ଡୋଜ ଟୀକା ନେଇଥିବା ଲୋକମାନଙ୍କୁ ଦୋକାନ ବଜାର ଯିବାକୁ ଅନୁମତି ଦିଆଯିବ l 100 ବର୍ଗ ଫୁଟ ଯାଗା ବିଶିଷ୍ଟ ଦୋକାନରେ ଏକକାଳୀନ 4ଜଣରୁ ଅଧିକ ଗ୍ରାହକଙ୍କୁ ଜିନିଷ କିଣିବାକୁ ବାରଣ କରାଯାଇଛି l
ସାମାଜିକ / ଧାର୍ମିକ ସମାବେଶରେ କଟକଣା ଲାଗୁ କରାଯାଇଛି l ସେହିପରି ବହୁସଂଖ୍ୟାରେ ସମାବେଶ, ଏକତ୍ରୀକରଣକୁ ବାରଣ କରାଯାଇଛି l ରାଜନୈତିକ / କ୍ରୀଡା / ଏକାଡେମୀକ ସମାରୋହ ଆଦିରେ ଅତିବେଶୀରେ 100 ଜଣ କୋଭିଡ ନିୟମ ମାନି ଏକାଠି ହୋଇପାରିବେ l
କୌଣସି ପିଟିସନ କିମ୍ବା ମେମୋରାଣ୍ଡମ ଦେବା ପାଇଁ ଆସୁଥିବା ଅତି ବେଶୀରେ 5ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ରାଲି, ଶୋଭାଯାତ୍ରା ପ୍ରଦର୍ଶନ,ଧାରଣା,କୌଣସି ପ୍ରକାର ଧର୍ମଘଟକୁ ଅନୁମତି ଦିଆଯିବ ନାହିଁ l
ଯେକୌଣସି ସ୍ଥାନରେ ବି ପିକନିକ, ସାଂସ୍କୃତିକ ଏବଂ ନାଚ ଗୀତ କାର୍ଯ୍ୟକ୍ରମ ହୋଇପାରିବ ନାହିଁ l ଧାର୍ମିକ ଅନୁଷ୍ଠାନମାନଙ୍କରେ ପୂଜକଙ୍କୁ ମିଶାଇ 4ଜଣଙ୍କୁ କୋଭିଡ -19 ନିୟମ ମାନି ପ୍ରବେଶ ପାଇଁ ଅନୁମତି ଦିଆଯିବ l
ବସ ଟ୍ୟାକ୍ସି ଇତ୍ୟାଦିର କଣ୍ଡକ୍ଟର ଓ ଚାଳକ ସୁନିଶ୍ଚିତ କରିବା ଦରକାର ଯେ,ସେମାନଙ୍କ ସହିତ ଯାତ୍ରୀମାନେ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ମାକ୍ସକୁ ଠିକରେ ପିନ୍ଧିଛନ୍ତି l ଗାଡି ମାଲିକ ଗାଡ଼ିରେ ଥର୍ମାଲ ସ୍କାନିଂ ଓ ସାନିଟାଇଜର ବ୍ୟବସ୍ଥା କରିବା ଆବଶ୍ୟକ l ଯାତ୍ରୀମାନଙ୍କୁ ବସାଇବା ପୂର୍ବରୁ ଥର୍ମାଲ ସ୍କାନିଂ ଓ ସାନିଟାଇଜ କରିବା ନିହାତି ଜରୁରୀ l
ଜିଲ୍ଲାର ସମସ୍ତ ସହରାଞ୍ଚଳରେ ପ୍ରତ୍ୟହ ରାତ୍ର 9ଟା ରୁ ପରବର୍ତୀ ଦିବସର ପ୍ରତ୍ୟୁଷ 5ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କରଫ୍ୟୁ ଜାରୀ କରାଯାଇଛି l ଜରୁରୀ ଆବଶ୍ୟକତା ଥିଲେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ରାତ୍ରୀକାଳୀନ କରଫ୍ୟୁ ସମୟରେ ଗାଡି ଚଳାଚଳ କରିପାରିବେ l
କେତେଗୁଡିଏ ଗୁରୁତ୍ୱ ବିଭାଗ ଛଡା ଅନ୍ୟ କାର୍ଯ୍ୟାଳୟ ଗୁଡ଼ିକ ଶତକଡା 50 ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ l
କୋଭିଡ -19 ନିରାପତ୍ତା ପ୍ରୋଟୋକଲ ଉଲଙ୍ଘନ କ୍ଷେତ୍ରରେ, ସ୍ଥାନୀୟ କତୃପକ୍ଷ ବିପର୍ଯ୍ୟୟ ପରିଚାଳନା ଅଧିନିୟମ 2005 ସମେତ ପ୍ରାସଙ୍ଗିକ ଆଇନ ଅନୁଯାୟୀ ଅପରାଧିକ କାର୍ଯ୍ୟାନୁଷ୍ଠାନ ସମେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ l
ଓଡିଶା କୋଭିଡ -19 ନିୟମ ଅନୁଯାୟୀ ସମସ୍ତ ମାଜିଷ୍ଟ୍ରେଟ,ପୋଲିସ କର୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ଉପରୋକ୍ତ ପଦକ୍ଷେପଗୁଡ଼ିକୁ କଠୋର ଭାବରେ ଲାଗୁ କରିବାକୁ କ୍ଷମତା ଦିଆଯାଇଛି l