ଲାଇନପଡା (TKNEWSMEDIA ) 23/01/2025 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟ ପରିସରରେ Odishaa History Congress ର ଆଞ୍ଚଳିକ ଅଧିବେଶନ ଓ କନ୍ଧମାଳ History Congress ର ଦ୍ଵିତୀୟ ବାର୍ଷିକ ଅଧିବେଶନ ଚାରିଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଇତିହାସ କଂଗ୍ରେସର ସଭାପତି ପ୍ରଫେସର ବାବା ମିଶ୍ର, ସାଧାରଣ ସମ୍ପାଦକ ପ୍ରଫେସର ସୁବସ ଚନ୍ଦ୍ର ବାରିକ, ଉପ ସଭାପତି ତଥା ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ, ମୁଖ୍ୟବକ୍ତା ପ୍ରଫେସର ହରିହର ପଣ୍ଡା, କନ୍ଧମାଳ ଇତିହାସ କଂଗ୍ରେସର ସଭାପତି ଡ ଚିତ୍ତରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁପ୍ରସାଦ ରଥ, କୋଷାଧ୍ୟକ୍ଷ ଡ ସୁଜିତ୍ କୁମାର ପଣ୍ଡା
KIGM ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ ତ୍ରୈଲୋକ୍ୟନାଥ ସେନାପତି, KIGM ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବାସଚନ୍ଦ୍ର ମଲ୍ଲିକ, ସଞ୍ଜୟ ମେମୋରିଆଲ ସରକାରୀ ମହିଳା ମହାବିଦ୍ୟାଳୟ ଫୁଲବାଣୀର ଅଧ୍ୟକ୍ଷ ଡ ତନୁଜା ସିଂ ଓ Director CARD ଡ ବିକ୍ରମକେଶରି ଜେନା ପ୍ରମୁଖ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଦ୍ଵିତୀୟ ଅଧିବେଶନରେ ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ମଦନମୋହନ ମହାପାତ୍ର, ଡ ପ୍ରମୋଦ ପଣ୍ଡା, ଡ ପ୍ରତିମା ପଣ୍ଡା, ଡ ଅର୍ଚ୍ଚନା ପଟ୍ଟନାୟକ, ଡ ଚିତ୍ତରଞ୍ଜନ ଶତପଥୀ, ଡ ରାଜେନ୍ଦ୍ର ବିଷୋୟୀ, ଡ ସିବ ପ୍ରସାଦ ଦାସ ପ୍ରମୁଖ ଯୋଗଦାନ କରି ସେମାନଙ୍କ ଉଦବୋଧନ ରଖିଥିଲେ ।
ତୃତୀୟ ଓ ଚତୁର୍ଥ ଅଧିବେଶନରେ ପ୍ରଫେସର ଶିବପ୍ରସାଦ ଦାସ, ଗବେଷକ ଶ୍ରୀ ଶ୍ରିରଙ୍ଗ ନାୟକ, ଡ ବିନୋଦ ପଟ୍ଟନାୟକ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଡ ପାରେଶ୍ୱର ସାହୁ, ଡ ତନୁଜା ସିଂ, ଶ୍ରୀ ବନମାଳୀ ବେହେରା, ଡ ସୁଜିତ୍ କୁମାର ପଣ୍ଡା ଓ ପ୍ରଫେସର ବିଷ୍ଣୁ ପ୍ରାସାଦ ରଥ, ଡ ତ୍ରୈଲୋକ୍ୟନାଥ ସେନାପତି ଓ ଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାତଜଣ ବରିଷ୍ଠ ଐତିହାସିକ ଯଥା ଡ ଚିତ୍ତରଞ୍ଜନ ଶତପଥୀ, ଡ. ପ୍ରମୋଦ କୁମାର ପଣ୍ଡା,ଶ୍ରୀ ବିଷ୍ଣୁ ପ୍ରସାଦ ରଥ, ଶ୍ରୀ ସୁଶାନ୍ତ ଦାସ, ଶ୍ରୀ ଶିବ ପ୍ରସାଦ ଦାସ , ଶ୍ରୀ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ଡ ଅର୍ଚ୍ଚନା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇଟି ପୁସ୍ତକ ଯଥା ” Bygone Aristocracy : some forgotten chapters of Odishan History A felicitation volume on honour of Dr. Trailokyanath Senapati, Edited by Dr. Sujit Kumar Panda ଓ ଶ୍ରୀଅଙ୍ଗ ନାୟକଙ୍କ “ପଦ୍ମପୁର ଜଗମଣ୍ଡାରେ ଧର୍ମକିର୍ତ୍ତି” ଉନ୍ମୋଚିତ ହୋଇଥିଲା ।
ଏହି ଅଧିବେଶନରେ ଟ୍ରାଇବାଲ ରିଲିଜିଅନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଐତିହାସିକମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ସେମାନଙ୍କର ନିବନ୍ଧ ପାଠ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଟିକାବାଲି AMCS ମହାବିଦ୍ୟାଳୟର ଚନ୍ଦ୍ରିକା ବଗର୍ତି, ଶିଖାରାଣୀ ବିଶୋଇ, ଆଲିଶା ଦିଗାଲ,ସୁଚିତ୍ରା କହଁର, ଲାଇନପଡା KIGM କଲେଜର ପ୍ରିୟମ୍ବଦା ସାହୁ ଏବଂ ପ୍ରଭାବିନି କହଁର ଅଂଶ ଗ୍ରହଣ କରି ନିବନ୍ଧ ପାଠ କରିଥିଲେ l ପରିଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l